ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ, ୬ ମିନିଟ୍ ଅଟକିଥିଲା ଟ୍ରେନ୍‌

0

ଓଡ଼ିଆ ନ୍ୟୁଜ୍: ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ ଯୋଗୁଁ ୬ ମିନିଟ୍ ଅଟକିଥିଲା ଟ୍ରେନ୍‌। ଭୁବନେଶ୍ବର ଷ୍ଟେସନ ନିକଟରେ ୬ ମିନିଟ୍ ଅଟକିଥିଲା ଅମୃତ ଭାରତ ଏକ୍ସପ୍ରେସ୍।ସ୍ପଷ୍ଟୀକରଣ ରଖିଲା ରେଲୱେ, ସକାଳ ୯ଟା ୪୮ ମିନିଟ୍‌ରେ ଘଟିଥିଲା ଅଘଟଣ।ଚଳନ୍ତା ଟ୍ରେନ୍ ଆଗକୁ ଆସି ଜୀବନ ହାରିବାକୁ ଉଦ୍ୟମ କରିଥିଲା ଯୁବକ।ଲୋକୋ ପାଇଲଟ୍ ଏମର୍ଜେନ୍ସୀ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଅଟକାଇଥିଲେ। RPF ପହଞ୍ଚି ଯୁବକଙ୍କୁ ସେଠାରୁ ଉଠାଇ ନେଇଥିଲା। ଯୁବକ ଜଣଙ୍କ ଲକ୍ଷ୍ମୀସାଗର ଅଞ୍ଚଳର, ମଦ ପିଇଥିବା ଜଣାପଡ଼ିଥିଲା। ସଂପୃକ୍ତ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ- ରେଲୱେ।୬ ମିନିଟ୍ ପରେ ଗନ୍ତବ୍ୟ ସ୍ଥଳକୁ ଗଡ଼ିଥିଲା ଅମୃତ ଭାରତ ଏକ୍ସପ୍ରେସ୍।

ଖବର ଅନୁଯାୟୀ, ଭୁବନେଶ୍ୱର ଫାଳିକିଆ ବସ୍ତିର ଜଣେ ଯୁବକ ଏପରି କାଣ୍ଡ ଭିଆଇଛନ୍ତି । ଯୁବକ ଜଣଙ୍କ ମଦ ପିଇ ହଠାତ୍ ଟ୍ରେନ୍ ଆଗକୁ ଚାଲିଆସିଥିଲେ । ଟ୍ରେନ୍ ଲାଇନ୍ରେ ଶୋଇପଡିଥିଲେ । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ମଧ୍ୟ ଅଟକି ଯାଇଥିଲା । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ RPF ଓ GRP । ଦୁଇ ପୋଲିସ ଟିମ୍ ଦୀର୍ଘ ସମୟର ପରିଶ୍ରମ କରି ମଦ୍ୟପ ଯୁବକଙ୍କୁ କାବି କରିଥିଲେ । ତେବେ ଏହି ଘଟଣାକୁ ନେଇ ରେଳ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.