ଶଙ୍ଖଭବନ ଆଗରେ ଅରବିନ୍ଦଙ୍କ ସମର୍ଥକଙ୍କ ମେଳି

0

ଓଡ଼ିଆ ନ୍ୟୁଜ୍: ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି।ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ। ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକଙ୍କ ମେଳି। ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମାନେ ମେଳି କରିଥିବା ଦେଖିବାକୁ ମିଳିଛି । ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନର୍ବିଚାର କରାଯିବ ବୋଲି କହିଲେ ସମର୍ଥକ ।

ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି । ନିଲମ୍ବନ ନିଷ୍ପତି ପୁନର୍ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । କିଛି ସମୟ ଅପେକ୍ଷା କରିବାକୁ ଶଙ୍ଖ ଭବନ ପକ୍ଷରୁ କୁହାଯାଇଥିବା ସମର୍ଥକ କହିଛନ୍ତି । ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ବରିଷ୍ଠ ନେତା ମାନେ ଅରବିନ୍ଦଙ୍କ ସମର୍ଥକଙ୍କୁ କହିଥିବା ସେ କହିଛନ୍ତି । ନିଲମ୍ବନ ନିଷ୍ପତି ପୁନର୍ବିଚାର ନହେଲେ ବିଧାୟକଙ୍କ ସହ ଆଲୋଚନା କରି ଶେଷ ନିଷ୍ପତି ନେବୁ ବୋଲି ସମର୍ଥନ କହିଛନ୍ତି । ନିଲମ୍ବନ ନିଷ୍ପତି ସମ୍ପୂର୍ଣ୍ଣ ଭୁଲ୍ । ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସମର୍ଥକ ଦାବି କରିଛନ୍ତି ।

Leave A Reply

Your email address will not be published.