ଓଡ଼ିଆ ନ୍ୟୁଜ୍: ଏଣିକି ସୋମବାର କୌଣସି ସରକାରୀ ବୈଠକ ହେବନି। ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ। ସୋମବାର କୌଣସି ବୈଠକ ନ ରଖି ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ। ପ୍ରତ୍ୟେକ ମାସର ୩ୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା ପାଇଁ ନିର୍ଦ୍ଦେଶ।
ସୋମବାର କୌଣସି ବିଭାଗର କୌଣସି ବୈଠକ ବସିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଉଛି । ଏନେଇ ସଚିବସ୍ତରୀୟ ବୈଠକରେ ଆଲୋଚନା ସହ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏହାସହ ପ୍ରତ୍ୟେକ ମାସର ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯିବ । ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ ।