ଓଡ଼ିଆ ନ୍ୟୁଜ୍: କଂଗ୍ରେସକୁ ଝଟ୍କା । କଂଗ୍ରେସରୁ ମହମ୍ମଦ ମୋକିମ ସମର୍ଥକଙ୍କ ସମୂହ ଇସ୍ତଫା।ମୋଟ୍ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା। ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତିଙ୍କ ଇସ୍ତଫା। କିଛି ଯୁବ ଓ ଛାତ୍ର କର୍ମକର୍ତ୍ତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଲେଗୋଟିଏ ପଟେ ଦଳ ସୁଧାରିବାକୁ ଘନ ଘନ ବୈଠକ ବସୁଛି । ହେଲେ ଦଳ ସୁଧୁରିବ କଣ.. ଏବେ ଦଳ ଛାଡ଼ିଲେଣି ପୁଳା ପୁଳା ନେତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟ୍କା । ଏକାସାଙ୍ଗେ ୪୧ କଂଗ୍ରେସ ନେତା ପାର୍ଟି ଛାଡ଼ିଥିବା ଜଣାପଡିଛି । ଏକାସାଙ୍ଗେ ନିଜ ଇସ୍ତଫା ଦେଇଛନ୍ତି । ଦଳରେ ଚାଲିଥିବା ଅନ୍ତଃକନ୍ଦଳ ଲାଗି ଇସ୍ତଫା ଦେଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ରାଜ୍ୟ କଂଗ୍ରେସର ବଡ଼ଧରଣର ହଇଚଣ ସୃଷ୍ଟି ହୋଇଛି । ଲଗାତର ଭାବେ ରାଜ୍ୟ କଂଗ୍ରେସରେ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧ ଜାରି ରହିଛି । ଏହିକ୍ରମରେ ଶନିବାର ଦିନ ଏକାସାଙ୍ଗେ ଇସ୍ତଫା ଦେଇଛନ୍ତି ୪୧ କଂଗ୍ରେସ ନେତା । ଦଳରୁ ମହମ୍ମଦ ମୋକିମଙ୍କୁ ବହିଷ୍କାରକୁ ବିରୋଧ କରି ସମସ୍ତ ୪୧ ନେତା ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ପିସିସି ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ଅଧ୍ୟକ୍ଷ, ମହିଳା କଂଗ୍ରେସ ସମ୍ପାଦକଙ୍କ ସହ ଯୁବ ଓ ଛାତ୍ର କର୍ମକର୍ତ୍ତା ରହିଥିବା ଜଣାପଡିଛି।