ଓଡ଼ିଆ ନ୍ୟୁଜ୍: ପାଟକୁରା ଡେରାବିଶ ବ୍ଲକ୍ରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ। ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଗଲେ ଅରବିନ୍ଦ।ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ବରପୁର ପର୍ଯ୍ୟନ୍ତ ଗଲେ।ଲାଲ ବାହାଦୁର ହାଇସ୍କୁଲ୍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କଲେ।‘ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି’। ‘୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି। ମୋ ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି, ମାତ୍ର ବିଚଳିତ ନୁହେଁ।ପାଟକୁରାବାସୀ ଜିତାଇଛନ୍ତି, ବିଧାନସଭାରେ ପାଟକୁରା ସ୍ବର ଉଠାଇବି।
ସେ ଏହା ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ମତ ରଖିଛନ୍ତି ତାଙ୍କୁ ଆଉ ଭେଟିବାର ଆବଶ୍ୟକତା ନାହିଁ। ଦଳ ମୋତେ ନିଲମ୍ବନ କରିବାର ନିଷ୍ପତ୍ତି ମୁର୍ଖାମୀର ପରିଚୟ। ଏକାଠି ରହିବା ସମୟରେ ଦଳ ଅଲଗା କରୁଛି। ଏହା ଉଚିତ ନୁହଁ। ତେବେ ଆଗାମୀ ନିଷ୍ପତ୍ତି କ’ଣ ହେବ ତାହା ସମୟ ଆସିଲେ ନେବି ବୋଲି ସେ କହିଛନ୍ତି। ତେବେ ଶନିବାର ପୁନର୍ବାର ଅରବିନ୍ଦ ମହାପାତ୍ର ପାଟକୁରାରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏକ ଶୋଭାଯାତ୍ରାରେ ବାହାରି କାର୍ଯ୍ୟକ୍ରମ ସ୍ଥଳରେ ସେ ପହଞ୍ଚଥିଲେ। ତାଙ୍କର ସମର୍ଥକ ମାନେ ବିଶାଳ ଶୋଭାଯାତ୍ରାରେ ଅରବିନ୍ଦଙ୍କୁ ପାଛୋଟି ନେଇଥିଲେ।