ଓଡ଼ିଆ ନ୍ୟୁଜ୍: ଭାରତର ପ୍ରଖ୍ୟାତ ସାମ୍ୱାଦିକ ମାର୍କ ଟଲିଙ୍କ ପରଲୋକ। ୯୦ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ।ବିବିସି ଇଣ୍ଡିଆର ବ୍ୟୁରୋ ଚିଫ୍ ଥିଲେ ମାର୍କ ଟଲି। ୨୦୦୫ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ।ବିବିସିରେ ତାଙ୍କର ପୂର୍ବତନ ସହଯୋଗୀ ସତୀଶ ଜ୍ୟାକବ ତାଙ୍କ ପରଲୋକ ଖବର ପୁଷ୍ଟି କରିଛନ୍ତି। ପରଲୋକ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବିବିସିରୁ ଇସ୍ତଫା ଦେବା ପରେ ସେ ସ୍ୱତନ୍ତ୍ର ପତ୍ରକାର ରୂପେ ଭାରତରେ କାମ କରୁଥିଲେ।
ମାର୍କ ଟଲି ଯେଉଁ ସମୟରେ ବିବିସିରେ ସାମ୍ବାଦିକତା କରୁଥିଲେ ସେତେବେଳେ ଭାରତକୁ ଟେଲିଭିଜନ ଆସିନଥିଲା। ଆସିଥିଲେ ବି ବହୁତ କମ ଥିଲା। କେବଳ ରେଡିଓ ସରକାରଙ୍କ ହାତରେ ଥିଲା। ଏଣୁ ଲୋକେ କହୁଥିଲେ ଅଲ ଇଣ୍ଡିଆ ରେଡିଓ ସରକାରଙ୍କ ରେଡିଓ। ଯେଉଁ ଲୋକେ ଖବରକୁ ଭିନ୍ନ ଢଙ୍ଗରେ ଜାଣିବାକୁ ଚାହୁଁଥିଲେ ସେମାନେ ବିବିସି ଶୁଣୁଥିଲେ ଓ ସାର ମାର୍କ ଟଲି ବିବିସିରେ ସାମ୍ବାଦିକତା କରୁଥିଲେ। ତାଙ୍କ ସାମ୍ବାଦିକତା କାଳରେ ଟଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ କୋର୍ଟ ଶୁଣାଣି ଓ ତାଙ୍କ ଫାଶୀଦଣ୍ଡ ଖବର ରିପୋର୍ଟ କରିଥିଲେ।