ଓଡ଼ିଆ ନ୍ୟୁଜ୍: ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ। କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ମଦର୍ ଅଫ୍ ଅଲ୍ ଡିଲ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି। ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ।ବିଶ୍ବର ଦୁଇ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ଭଲ ପାର୍ଟନରସିପ୍ର ଉଦାହରଣ। ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ ତୃତୀୟାଂଶ।ଏହି ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ। ସର୍ଭିସ୍ ସେକ୍ଟରର ବି ଆହୁରି ବିସ୍ତାର ହେବ- ମୋଦି।ଭାରତରେ ନିବେଶ କରିବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିବ।
ଭାରତ ଓ ୟୁରୋପ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ଫଳରେ ଶସ୍ତା ହେବ ବିଦେଶୀ ଗାଡ଼ି ଓ ମଦ । ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ପ୍ରାୟ ୧୩୬ ବିଲିୟନ ଡଲାରର ବ୍ୟବସାୟ ଚାଲିଛି । ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ପରେ ୯୦ପ୍ରତିଶତରୁ ଅଧିକ ପଣ୍ୟଦ୍ରବ୍ୟ ଉପରୁ ଆଦାୟ ହେଉଥିବା ସୀମା ଶୁଳ୍କକୁ ଧୀରେ ଧୀରେ ହଟାଇ ଦିଆଯିବ । ଫଳରେ ଭାରତୀୟ ସାମଗ୍ରୀ ୟୁରୋପ ବଜାରରେ ଶସ୍ତା ହେବ ଏବଂ ଚାଇନା ଭଳି ଦେଶ ସହିତ ପ୍ରତିଯୋଗିତା କରିପାରିବ ।ବର୍ତ୍ତମାନ ଭାରତର କପଡ଼ା, ଜୋତା ଏବଂ ଅଳଙ୍କାର ଉପରେ ୟୁରୋପରେ ପ୍ରାୟ ୧୦ପ୍ରତିଶତ ଟ୍ୟାକ୍ସ ଲାଗୁଛି । ଚୁକ୍ତି ପରେ ଏହା ଶୂନ ହୋଇଯିବ । ଏହାଦ୍ୱାରା ହସ୍ତତନ୍ତ ଓ କପଡ଼ା ଶିଳ୍ପ ବହୁତ ଲାଭ ପାଇବେ ।