ଓଡ଼ିଆ ନ୍ୟୁଜ୍: କଳିକେଶଙ୍କୁ ନେଇ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର। କଳିକେଶ ନାରାୟଣ ସିଂଦେଓ ଯୁବ ନେତୃତ୍ୱର ଉଦାହରଣ କହିଥିଲି।ଯୁବ ପିଢ଼ି ତାଙ୍କ ଯୁବ ନେତୃତ୍ୱକୁ ରୋଲ୍ ମଡେଲ କରିପାରିବେ କହିଥିଲି। ନିଜ ବୟାନରେ ଦଳର ଉଲ୍ଲେଖ କରି ନଥିଲି- ଦିବ୍ୟଶଙ୍କର ମିଶ୍ର।‘ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା, ତାଙ୍କ ମାର୍ଗଦର୍ଶନରେ କାମ କରୁଛୁ।
ଏବେ ଭାରତୀୟ ଜନତା ପାର୍ଟି ର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯ୍ୟାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି । ଏଣୁ ଆଗାମୀ ୨୦୨୯ ମସିହାରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଧାୟକ ହିସାବରେ ଅନେକ ଜାଗାକୁ ଅତିଥି ହିସାବରେ ଆମେ ଯାଇଥାଉ । ବଲାଙ୍ଗୀରର ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍ ଦେବା ସମୟରେ ଉଲ୍ଲେଖ କରିଥିଲି ।