ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ

0

ଓଡ଼ିଆ ନ୍ୟୁଜ୍: ଭାରତ ବିପକ୍ଷରେ ଟି୨୦ ବିଶ୍ବକପ୍‌ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ। ପାକିସ୍ତାନ ସରକାରଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ସୂଚନା।୧୫ ଫେବୃଆରୀ ୨୦୨୬ରେ ଶ୍ରୀଲଙ୍କାରେ ଖେଳା ଯାଇଥାନ୍ତା ମ୍ୟାଚ।ହାଇବ୍ରିଡ ମଡେଲରେ ପାକିସ୍ତାନ କ୍ରିକେଟ ଟିମ ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ।ପାକିସ୍ତାନ ଦଳ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ସହିତ ଖେଳିବ ନାହିଁ ବୋଲି ଘୋଷଣା କରିଛି । ଏହି ମ୍ୟାଚ୍ ଫେବ୍ରୁଆରୀ ୧୫ ତାରିଖରେ ହେବାର ଥିଲା। ପାକିସ୍ତାନ ସରକାର କହିଛନ୍ତି ଯେ, ଦଳ ଫେବ୍ରୁଆରୀ ୧୫, ୨୦୨୬ ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ।

ପାକିସ୍ତାନ ସରକାର ରବିବାର ଘୋଷଣା କରିଛନ୍ତି ଯେ, ପାକିସ୍ତାନୀ ଦଳ ଫେବ୍ରୁଆରୀ ୭ରୁ ଆରମ୍ଭ ହେଉଥିବା ୨୦୨୬ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ । କିନ୍ତୁ ଫେବ୍ରୁଆରୀ ୧୫ରେ ଭାରତ ବିପକ୍ଷରେ ମଇଦାନକୁ ଓହ୍ଲାଇବ ନାହିଁ। ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଆଉଟ ହେବା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି।ସେପଟେ ପାକିସ୍ତାନ ଭାରତ ବିପକ୍ଷରେ ସେମିଫାଇନାଲରେ ଖେଳିବ କି ନାହିଁ, ଶାହବାଜ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । ବର୍ତ୍ତମାନ ପାକିସ୍ତାନ ସରକାର ଫେବ୍ରୁଆରୀ ୧୫ ରେ ହେବାକୁ ଥିବା ମ୍ୟାଚ୍ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.