ଓଡ଼ିଆ ନ୍ୟୁଜ୍: ବଜେଟକୁ ଐତିହାସିକ କହିବା ସହ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି।ଖୁବଶୀଘ୍ର ୩ୟ ବଡ଼ ଅର୍ଥନୀତି ହେବା ନେଇ ଆଶା ବ୍ୟକ୍ତ କଲେ।ଏହି ବଜେଟ୍ ୨୦୪୭ ବିକଶିତ ଭାରତର ମଜଭୁତ ଆଧାର।ଏଥିରେ ନାରୀଶକ୍ତିର ସଶକ୍ତ ପ୍ରତିବିମ୍ବ ଝଲସୁଛି।ଏହି ବଜେଟ୍ ଅପାର ସୁଯୋଗର ରାଜପଥ।ବର୍ତ୍ତମାନର ସ୍ବପ୍ନକୁ ବଜେଟ୍ ପୂରଣ କରୁଛି।
ସେ କହିଛନ୍ତି, ଆଜିର ଭାରତ ରିଫର୍ମର ଏକ୍ସପ୍ରେସରେ ଯାତ୍ରା କରୁଛି। ବଜେଟରେ ଏହାକୁ ନୂଆ ଉର୍ଜା ଓ ନୂଆ ଗତି ମିଳିବ। ଏଥିରେ ଆତ୍ମନିର୍ଭର ଭାରତକୁ ନୂଆ ଗତି ମିଳିବ। ଏମଏସଏମକୁ ଏହି ବଜେଟରେ ବ୍ୟାପକ ସମର୍ଥନ ମିଳିଛି। ଭିତ୍ତିଭୂମି ମଜବୁତ ପାଇଁ ଉଚିତ୍ ପଦକ୍ଷେପ ଉଠାଯାଇଛି। ଚଳିତ ବଜେଟରେ ଦେଶର ନାରୀ ଶକ୍ତିର ପ୍ରତିବିମ୍ବ ଝଲସି ଉଠୁଛି। ଏହି ବଜେଟ୍ ଅପାର ଅବସରର ରାଜମାର୍ଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ବଜେଟ୍ ଉପସ୍ଥାପିତ ହେବା ପରେ ପିଏମ ମୋଦୀ କହିଛନ୍ତି, ବଜେଟରେ ଯେଉଁ ସଂସ୍କାର ଅଣା ଯାଇଛି ତାହା ଆକାଂକ୍ଷାରେ ଭର୍ତ୍ତି ଭାରତର ସାହସିକ, ପ୍ରତିଭାବାନ ଯୁବ ପିଢିଙ୍କ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିବ। ଏହି ବଜେଟ୍ ଭାରତର ବିଶ୍ଵସ୍ତରରେ ଭୂମିକାକୁ ଆହୁରି ସଶକ୍ତ କରିବ। ଭାରତର ୧୪୦ କୋଟି ନାଗରିକ କେବଳ ଦ୍ରୁତ ବେଗରେ ଗତି କରୁଥିବା ଅର୍ଥବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି।