ଓଡ଼ିଆ ନ୍ୟୁଜ୍: ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ନୂଆ ୨୮ NAC, ୭ ପୌରପାଳିକା ଘୋଷଣା ହୋଇଥିବା ୧୮ ଜିଲ୍ଲାପାଳଙ୍କୁ ଚିଠି। ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପାଇଁ ଜିଲ୍ଲାପାଳଙ୍କୁ ଚିଠି।ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳମାନଙ୍କୁ ବିଭାଗୀୟ ସଚିବଙ୍କ ଚିଠି।
ଫେବ୍ରୁଆରୀ ୧୨ରୁ ୨୧ ଯାଏଁ ସୀମା ପୁନଃନିର୍ଦ୍ଧାରଣ, ସଂରକ୍ଷଣ ପ୍ରସ୍ତାବ/ଅଭିଯୋଗ। ଫେବ୍ରୁଆରୀ ୨୬ରେ ସୀମା ପୁନଃନିର୍ଦ୍ଧାରଣ, ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ।୨୬ରୁ ମାର୍ଚ୍ଚ ୧୩ ଯାଏଁ ପ୍ରକାଶିତ ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ। ମାର୍ଚ୍ଚ ୧୬ରୁ ୨୮ ମଧ୍ୟରେ ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନର ଶୁଣାଣି।ମାର୍ଚ୍ଚ ୩୧ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି।