ଓଡ଼ିଆ ନ୍ୟୁଜ୍: ମା ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ଯାଜପୁରରେ ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କଲେ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅବସରରେ ମା ବିରଜାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଏହାସହିତ ଅନେକ ସ୍କୁଲକୁ ଛୁଟି କରାଯାଇଛି ।
ଯାଜପୁରରେ ମା ବିରଜାଙ୍କୁ ଦର୍ଶନ ପରେ ବାଲେଶ୍ୱର ଅଭିମୁଖେ ବାହାରିଯିବେ । ଯାଜପୁର ହେଲିପ୍ୟାଡରୁ ବାହାରି ମଧ୍ୟାହ୍ଣ ସାଢ଼େ ୧୨ଟାରେ ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟ ନିକଟ ଏକ ହେଲିପ୍ୟାଡ୍ରେ ଓହ୍ଲାଇବେ। ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅପରାହ୍ନ ସାଢ଼େ ୩ଟାରେ ବାଲେଶ୍ଵର ହେଲିପ୍ୟାଡରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ଅପରାହ୍ନ ୪ଟା ୫୫ରେ ପହଞ୍ଚିବେ।