ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ।ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଫେବ୍ରୁଆରୀ ୧୨ରେ ରାଷ୍ଟ୍ରପତି ଶାସନକୁ ବର୍ଷେ ପୂରଣ ହେବ।ୟୁମନାମ ଖେମଚନ୍ଦ ସିଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ।୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ରହିଛି।

ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଆଉ ମାତ୍ର କିଛିଦିନ ପରେ ଉତ୍ତରପୂର୍ବ ରାଜ୍ୟରେ ରାଷ୍ଟ୍ରପତି ଶାସନ ଶେଷ ହେବ। ତେଣୁ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଣିପୁରରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ସୋମବାର ବିଜେପି ସଂସଦୀୟ ବୋର୍ଡ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଗଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା।

Leave A Reply

Your email address will not be published.