ଓଡ଼ିଆ ନ୍ୟୁଜ୍: ମାଲକାନଗିରି: କ୍ୟାଡର ମାଓବାଦୀ ସୁକରାମର ଆତ୍ମସମର୍ପଣ।SLR ଓ ବିପୁଳ ମାଓ ସାମଗ୍ରୀ ସହ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ।ଏରିଆ କମିଟି ମେମ୍ବର ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର।ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ।
ମାଓ ସଂଗଠନରେ ବ୍ୟବହାର କରୁଥିବା ନିଜର ଆତ୍ୟାଧୁନିକ ଏସ୍ଏଲ୍ଆର ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲ୍ୟାଣ୍ଡମାଇନ୍, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ ଓ ନକ୍ସଲ ପୋଷାକ, ପ୍ରଚାର ପତ୍ର ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଦଲଦଲି ଅଞ୍ଚଳର ଅନେକ ହିଂସାକାଣ୍ଡରେ ଜଡିଲା ଥିଲେ ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡ୍କାମୀ ।କାଙ୍ଗେରଘାଟି ଏରିଆ କମିଟି ସଦସ୍ୟ ଶୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଆତ୍ମସର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍ପି ଏହି ସୂଚନା ଦେଇଛନ୍ତି ।