ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗରେ SIRକୁ ନେଇ ସୁପ୍ରିମକୋର୍ଟରେ ମମତାଙ୍କ ଦୃଢ଼ ଯୁକ୍ତି। ଶୁଣାଣି ବେଳେ ନିଜେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କଲେ ମମତା।ନିର୍ବାଚନ କମିଶନଙ୍କୁ ‘ହ୍ବାଟ୍ସଆପ୍ କମିଶନ’ କହି ସିଧା ଟାର୍ଗେଟ କଲେ। ECI ହ୍ବାଟ୍ସଆପ୍ରେ ସାଧାରଣ ଅର୍ଡରକୁ ଜାରି କରୁଥିବା କହିଲେ। କାହିଁକି କେବଳ ବେଙ୍ଗଲକୁ ଟାର୍ଗେଟ, ଆସାମ ନୁହେଁ କହି ପ୍ରଶ୍ନ କଲେ। କେବଳ ଭୋଟରଙ୍କୁ ବାଦ୍ ଦେବାକୁ SIR, ଯୋଡ଼ିବାକୁ ନୁହେଁ।ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ, ଆମେ କୃତଜ୍ଞ ରହିବୁ- ମମତା।ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ।ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ।
ସୂଚନାଯୋଗ୍ୟ, ଏସଆଇଆର ପ୍ରସଙ୍ଗରେ ମମତା ଦୁଇ ଦିନ ତଳେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଏହାପରେ ସିଇସିଙ୍କ ବିରୋଧରେ ସେ ଗଦାଗଦା ଅଭିଯୋଗ ଆଣିଥିଲେ । ନିର୍ବାଚନ କମିଶନ ମିଛ କହୁଛନ୍ତି । ଏପରି ନିର୍ବାଚନ କମିଶନ ସେ କେବେ ଦେଖିନଥିବା ପ୍ରକାଶ କରିଥିଲେ । ଏହାଛତା ନିର୍ବାଚନ କମିଶନ ଏବଂ ଏସଆଇଆର ପ୍ରସଙ୍ଗରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।