ଓଡ଼ିଆ ନ୍ୟୁଜ୍: ମଣିପୁରରେ ରାଷ୍ଟ୍ରପତି ଶାସନ ଶେଷ ହୋଇଛି । ଗୃହ ମନ୍ତ୍ରଣାଳୟ ଏହାକୁ ତୁରନ୍ତ ପ୍ରତ୍ୟାହାର ଘୋଷଣା କରି ଏକ ବିଜ୍ଞପ୍ତି ଜାରି କରିଛି । ଏହା ସହ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ୟୁମନାମ ଖେମଚାନ୍ଦ ଶପଥ ଗ୍ରହଣ କରିଛନ୍ତି । ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲା ଲୋକ ଭବନରେ ଶପଥ ପାଠ କରାଇଛନ୍ତି ।
ମୈତେଇ ସମୁଦାୟକୁ ଆସୁଥିବା ୬୨ ବର୍ଷୀୟ ଖେମଚାନ୍ଦ, ବୀରେନ ସରକାରରେ ପୌର ପ୍ରଶାସନ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଜଣେ ଦାବିଦାର ଥିଲେ । ଖେମଚାନ୍ଦଙ୍କୁ ଆରଏସଏସର ନିକଟତର ବୋଲି ବିବେଚନା କରାଯାଏ ।