ଓଡ଼ିଆ ନ୍ୟୁଜ୍: ସରକାରୀ ସ୍କୁଲର ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ।ଆସନ୍ତା ୧୫ ସୁଦ୍ଧା ପ୍ରକ୍ରିୟା ସାରିବାକୁ DEOଙ୍କୁ ଓସେପାର ନିର୍ଦ୍ଦେଶ।ପ୍ରତି ଶିଶୁ ପିଛା ୧ ହଜାର ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର।୨ ହଳ ପୋଷାକ ସହ ଜୋତା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ମିଳିବ।ପୋଷାକର ରଙ୍ଗ, ଡିଜାଇନ୍ ପ୍ରଥମ ଶ୍ରେଣୀ ପିଲାଙ୍କ ମାନଦଣ୍ଡ ଅନୁଯାୟୀ ହେବ।
ଏହି ପ୍ରକ୍ରିୟାକୁ ଆସନ୍ତା ୧୫ ଫେବୃଆରୀ ସୁଦ୍ଧା ଶେଷ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି।
ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ଏହି ପୋଷାକଗୁଡ଼ିକର ରଙ୍ଗ, ଡିଜାଇନ୍ ଏବଂ ଗୁଣବତ୍ତା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ହେବ। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କିମ୍ବା ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ ଏହି ସାମଗ୍ରୀ ସଂଗ୍ରହ କରାଯିବ। ଏଥିପାଇଁ କୌଣସି ନୂତନ ଟେଣ୍ଡର ଆବଶ୍ୟକ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।