ଓଡ଼ିଆ ନ୍ୟୁଜ୍: ଏକ୍ସ’ରେ ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟଙ୍କ କଡ଼ା ଜବାବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ। ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା କହିଲେ। ୭ ବର୍ଷ ଧରି ନବୀନଙ୍କ ଲିଗାଲ୍ ଟିମ ରାଜକୋଷରୁ କୋଟି କୋଟି ଶ୍ରାଦ୍ଧ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ବାଟ ଦେଖାଇଛି।କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ଉଭୟ ରାଜ୍ୟ ଆପୋଷ ସମାଧାନର ଦ୍ୱାରଦେଶରେ।
AG ଦାୟିତ୍ବ ପରେ ସମସ୍ତ ଶୁଣାଣିରେ ମୋ ଉପସ୍ଥିତି ରାଜ୍ୟବାସୀଙ୍କୁ ଜଣା।ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ମୋ ଉପସ୍ଥିତିର ଆଦୌ ଆବଶ୍ୟକ ନ ଥିଲା- AG ପୀତାମ୍ବର। ନବୀନ ବାବୁଙ୍କ ଉକ୍ତି ନୈରାଶ୍ୟଜନକ, ହଠାତ ନିଦରୁ ଉଠି ପ୍ରଳାପ ଭଳି। ଆଜି ଟ୍ରିବ୍ୟୁନାଲରେ ଶୁଣାଣିରେ AGଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିଥିଲେ ନବୀନ।