କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ବିଜେଡିରୁ ସସ୍‌ପେଣ୍ଡ୍‌

0

ଓଡ଼ିଆ ନ୍ୟୁଜ୍: ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ବିଜେଡିରୁ ସସ୍‌ପେଣ୍ଡ୍‌। ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ ନେଇ ବିଜେଡି ପକ୍ଷରୁ ପ୍ରେସ୍‌ ରିଲିଜ୍‌। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ସରୋଜିନୀ ତରାଇ ବିଜେଡି ଛାଡି ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।

ଗତ ଶୁକ୍ରବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କିଛି ବିଜେଡି ନେତା ଏବଂ କୃଷ୍ଣପ୍ରସାଦ ବ୍ଲକର ଦୁଇଜଣ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଥିଲେ । ସେହିପରି ସାଧାରଣ ନିର୍ବାଚନ ଆଗରୁ ବ୍ଲକ ଉପାଧ୍ୟାକ୍ଷା ମଧ୍ୟ ବିଜେପିରେ ଯୋଗ ଦେଇ ସାରିଥିଲେ । ତେଣୁ ଅଧକ୍ଷା ନିଜର ଆସନ ବଞ୍ଚାଇବା ପାଇଁ ବିଜେପିରେ ମିଶିବାକୁ ଚାଁହୁଥିଲେ । ତେବେ କିଛି ବିଜେପି ନେତାଙ୍କ ବିରୋଧ ଯୋଗୁଁ ମିଶି ପାରିନଥିଲେ ସରୋଜିନୀ । ଯାହାକୁ ନେଇ ଆଜି ସରୋଜିନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.