ଓଡ଼ିଆ ନ୍ୟୁଜ୍: ହାତୀ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ମୃତ। ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ। ଘରେ ଶୋଇଥିବା ବେଳେ ଭୋର୍ ସମୟରେ ଦନ୍ତାର ଆକ୍ରମଣ। ଜଣେ ଶିଶୁ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି।ବନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛି ଦିନ ଧରି ଅନେକ ଲୋକଙ୍କୁ ଆକ୍ରମଣ କରିଥିବା ହାତୀ ଦଳ ଗୁରୁବାର ରାତିରେ ଚର୍ଚ୍ଚୁ ବ୍ଲକର ଗୋଣ୍ଡୱାର ଗାଁରେ ପ୍ରବେଶ କରି ଶୁକ୍ରବାର ଭୋର ସମୟରେ ଛଅ ଜଣଙ୍କୁ ଦଳି ଦେଇ ରିଛି। ହଜାରୀବାଗ ପୂର୍ବ ବନ ଅଧିକାରୀ (ଡିଏଫଓ) ବିକାଶ କୁମାର ଉଜ୍ଜ୍ୱଳ ପିଟିଆଇକୁ କହିଛନ୍ତି।
ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଅଛନ୍ତି। ଗୋଟିଏ ପିଲା ମଧ୍ୟ ଗୁରୁତର ଆହତ ହୋଇଛି। ଚିକିତ୍ସା ପାଇଁ ହଜାରୀବାଗର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି। ଗତ କିଛି ଦିନ ଧରି ବୋକାରୋ, ରାମଗଡ଼ ଏବଂ ହଜାରୀବାଗ ଜିଲ୍ଲାରେ ବୁଲୁଥିବା ହାତୀ ଦଳି ଦେଇଥିଲା ଏବଂ ପୂର୍ବରୁ ବୋକାରୋରେ ବ୍ୟାପକ କ୍ଷତି ଘଟାଇଥିଲା, ଉଜ୍ଜ୍ୱଳ କହିଛନ୍ତି।