ଓଲଟିଲା ବସ୍ ୨୦ ଆହତ

0

ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ଓଲଟିଲା ବସ୍; ୨୦ ଆହତ, ୬ ଗୁରୁତର।ଆର. ଉଦୟଗିରିରୁ ବ୍ରହ୍ମପୁର ଯାଉଥିବା ବସ୍‌ ରାସ୍ତା ତଳକୁ ଓଲଟିଲା। ଅନ୍ୟ ବସ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରି ଚାନ୍ଦିପୁଟରେ ଓଲଟିଲା।୨୦ ଆହତଙ୍କ ମଧ୍ୟରୁ ୬ ଗୁରୁତର; ମୋହନା ଡାକ୍ତରଖାନାରେ ଭର୍ତ୍ତି।

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନ ପ୍ରାୟ ୩ଟାରେ ‘ବିକ୍ରାନ୍ତ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରା.ଉଦୟଗିରିରୁ ବ୍ରହ୍ମପୁର ଯାଉଥିଲା। ଚାନ୍ଦିପୁଟ କଲେଜ ନିକଟରେ ଅନ୍ୟ ଏକ ବସ୍କୁ ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ପାହାଡ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ବସ୍ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ ମୋହନା ଓ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.