ମାଲବାହୀର ୪ଟି ୱାଗନ୍‌ ଲାଇନଚ୍ୟୁତ

0

ଓଡ଼ିଆ ନ୍ୟୁଜ୍: ମାଲବାହୀର ୪ଟି ୱାଗନ୍‌ ଲାଇନଚ୍ୟୁତ।ଦୟାନିଧିଗୁଡ଼ା-ମାଲବାର ମଧ୍ୟରେ ୪ ୱାଗନ୍‌ ଲାଇନଚ୍ୟୁତ।ଟ୍ରେନ୍‌ଟି ଆଇରନ୍‌ ଓର୍‌ ନେଇ ଜଗଦଲପୁରରୁ ବିଶାଖାପାଟଣା ଯାଉଥିଲା। ସୂଚନାଯୋଗ୍ୟ ଯେ, କିରୁଣ୍ଡଲ ଠାରୁ ମାଲ୍ ବୋଝେଇ କରି ଆସୁଥିଲା ମାଲବାହୀ ଟ୍ରେନ୍ ।

ଏହି ସମୟରେ ତେଲେଙ୍ଗିରି ନାଳ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଘଟଣାସ୍ଥଳରେ କୋରାପୁଟ ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଖୁବ୍‌ଶୀଘ୍ର ମାଲବାହୀ ଟ୍ରେନ୍‌ଟିକୁ ଟ୍ରାକ୍‌ରୁ ହଟାଯିବା ସହ ଟ୍ରେନ୍ ଟ୍ରାକ୍‌ରେ ରେଳ ଚଳାଚଳ ସ୍ଵାଭାବିକ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.