ଓଡ଼ିଆ ନ୍ୟୁଜ୍: ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ। କୁଖ୍ୟାତ ମଧୁକାନ୍ତ ରାଣାକୁ ଗିରଫ କଲା କମିଶନରେଟ୍ ପୋଲିସ। ଉତ୍ତର ପ୍ରଦେଶରୁ ଗିରଫ କଲା କମିଶନରେଟ୍ ପୋଲିସ। ଏହି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଫେରାର ଆସାମୀ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି କମିଶନରେଟ ପୋଲିସ। ବୃନ୍ଦାବନର ମଥୁରାରୁ ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସେଠାରେ ଏକ ଗେଷ୍ଟ ହାଉସରେ ନାଁ ବଦ କାମ କରୁଥିଲା ମଧୁକାନ୍ତ । ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।
ସିପି କହିଛନ୍ତି, ୨୪ ବର୍ଷୀୟ ମଧୁକାନ୍ତ ଏଠାରେ ନିଜର ନାଁ ବଦଳାଇ ବାସୁ ପାଣ୍ଡେ ବୋଲି କହିଥିଲା । ମଧୁକାନ୍ତ ତାର ସହଯୋଗୀ ରାଜା ସାହାଣୀ ସହିତ ଚୌଦ୍ବାର ଜେଲ ପାଚେରୀ ଡେଇଁ ଗତ ଅକ୍ଟୋବର ୨ ତାରିଖ ରାତିରେ ଫେରାର ହୋଇଯାଇଥିଲା । ମଧୁକାନ୍ତ ଓ ତାର ସହଯୋଗୀକୁ ଧରାଇଦେଲେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା କମିସନରେଟ ପୋଲିସ ।