ହେରିଟେଜ୍ ହ୍ରଦ ହେବ ବିନ୍ଦୁ ସାଗର: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ। ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି।‘ପାର୍କିଂ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ହେବ’।’ବିନ୍ଦୁ ସାଗରକୁ ଏକ ସୁନ୍ଦର ହେରିଟେଜ୍ ହ୍ରଦ କରାଯିବ’।୨ଟି ନୂଆ ପ୍ରକଳ୍ପ ମିଶିଛି, ବଜେଟ ଆହୁରି ବଢିବ: ମନ୍ତ୍ରୀ।ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି।ପୁରୁଣା ଏଜେନ୍ସି କାମ କରିବାକୁ ଚାହିଁଲାନି, ନୂଆ ଏଜେନ୍ସି କାମ କରିବ।ତେଣୁ ନୂଆ ଏଜେନ୍ସୀ ଏହି କାମ କରିବ ବୋଲି ଆଇନ ମନ୍ତ୍ରୀ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ସେପଟ ପୂର୍ତ୍ତ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା । ନଥି ପତ୍ର ଦେଖନ୍ତୁ ବୋଲି କହିଛନ୍ତି । ନବୀନ ବାବୁଙ୍କ ସରକାର ବେଳେ ଶ୍ରୀକ୍ଷେତ୍ରରେ ଓ ଲିଙ୍ଗରାଜ ମନ୍ଦିରରେ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏକାମ୍ର ପ୍ରକଳ୍ପ ବେଳେ ସେହି ପ୍ରକଳ୍ପରେ ବ୍ୟାଖ୍ୟାନ କେନ୍ଦ୍ରକୁ ଯୋଡ଼ା ଯାଇଥିଲା । ଫଟୋ ଦେଖାଇ ବିନ୍ଦୁ ସାଗରର ଉନ୍ନତିକରଣକୁ ବି ପୁରୁଣା ପ୍ରକଳ୍ପ କହିଲେ ଅଶୋକ । ଆଇନ ମନ୍ତ୍ରୀଙ୍କ ବୟାନ ତଥ୍ୟ ସମ୍ବଳିତ ନୁହେଁ, ଅବାସ୍ତବ ବୋଲି ଅଶୋକ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.