ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଷଷ୍ଠ ଅଧିବେଶନ। କୋଟିଆ, ଚାଷୀ, ନାରୀ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ବି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ। ଏହାରି ମଧ୍ୟରେ ସୋମବାର ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଛି। ବୈଠକରେ ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।

ବୈଠକରେ ବାଚସ୍ପତି କହିଛନ୍ତି, ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହି ବୈଠକରେ ସବୁ ଦଳର ନେତା ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ବାବଦରେ ଆଲୋଚନା ହୋଇଥିଲା। ଫେବ୍ରୁଆରୀ ୧୭ରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବ। ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆଲୋଚନା ହେବ। ଏହା ପରେ ୨୦ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ତେଣୁ ଚଳିତ ଅଧିବେଶନରେ ସମସ୍ତ ସଦସ୍ୟ ସହଯୋଗ କରିବାକୁ ଆଲୋଚନା କରାଯାଇଛି।

Leave A Reply

Your email address will not be published.