ଓଡ଼ିଆ ନ୍ୟୁଜ୍: ସରିଲା ବିଜେଡ଼ି ବିଧାୟକ ଦଳ ବୈଠକ । ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଧାନ, ମହାନଦୀ , ଭଳି ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବ ବିରୋଧୀ । ବିଜେଡି ବିଧାୟକ ଦଳ ବୈଠକ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ରାଜ୍ୟର ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ତଙ୍କୁ ସମାଧାନ କରିବାରେ ବିଫଳ ହୋଇଛନ୍ତି। ଗତ ବଜେଟର ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। କେତୋଟି ବିଭାଗର ଅର୍ଥ ୮ ରୁ ୧୦ ପ୍ରତିଶତ ଖର୍ଚ୍ଚ କରିଛନ୍ତି।
ବୈଠକରେ ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକଙ୍କୁ ବଜେଟ୍ ଅଧିବେଶନରେ ସରକାରଙ୍କ ବିରୋଧରେ ଆଭିମୁଖ୍ୟ କଣ ରହିବେ ତାହା ଜଣାଇଛନ୍ତି।ବୈଠକରେ ବିଧାୟକମାନଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଆପଣମାନେ ଜାଣନ୍ତି ଯେ, ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଏବଂ ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ।