ପ୍ରଣବଙ୍କ ଫାର୍ମ ହାଉସ୍‌ ମାପଚୁପ

0

ଓଡ଼ିଆ ନ୍ୟୁଜ୍: ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍‌ ମାପଚୁପ। ଧର୍ମଶାଳା ତହସିଲ ପକ୍ଷରୁ ପନ୍ତୁରି ଫାର୍ମ ହାଉସ୍‌ରେ ମାପଚୁପ। ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀଠାରେ ରହିଛି ବିବାଦୀୟ ଫାର୍ମ। ସରକାରୀ ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ରହିଛି। ତହସିଲ ପକ୍ଷରୁ ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା।ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ।

ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ୩୦ଦିନିଆ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟରେ ଆବେଦନ କରିବା ସହ ତାଙ୍କର ୧୨ ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥିଲେ । ଏଥି ସହିତ ପ୍ରଣବଙ୍କ ଜମି ଚିହ୍ନଟ ନସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ମାପଚୁପ କରି ପ୍ରଣବଙ୍କ ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହାକୁ ନେଇ ପ୍ରାଥମିକ ମାପଚୁପ ଆରମ୍ଭ ହୋଇଛି ।

Leave A Reply

Your email address will not be published.