ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଚିକିଟି PEO ବିଷ ପିଇବା ମାମଲା।ଚିକିତ୍ସାଧୀନ ଅବସ୍ଥାରେ PEO ଦଣ୍ଡପାଣି ପାତ୍ରଙ୍କ MKCGରେ ମୃତ୍ୟୁ।PEOଙ୍କ ନାଁରେ ଅଶାଳୀନ ବ୍ୟବହାର ଅଭିଯୋଗ ଆସିଥିଲା।ଅଭିଯୋଗ କରିଥିଲେ ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ଉଦ୍ଘାଟନ ଉତ୍ସବରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ ।
ଭିଡ଼ ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ସେ ଅଭିଯୋଗ ଆଣିଥିଲେ । କାର୍ଯ୍ୟରତ ଥିବା ସମୟରେ ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ପଞ୍ଚାୟତ ନିର୍ବାହୀ ଅଧକାରୀ (ପିଇଓ)ଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହେବା ଜାଣିବା ପରେ ଅଭିଯୁକ୍ତ ପିଇଓ ବିଷ ପିଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା