ଓଡ଼ିଆ ନ୍ୟୁଜ୍: ବିଜେପିରେ ମିଶିବେ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ। ଏ ନେଇ ସୂଚନା ଦେଲେ ଅଭିଜିତ ଦାସ। ମୁଁ ଓ ମୋ ପରିବାର ଖୁବ୍ ଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି ଅଭିଜିତ।ବିଜେପିର କିଛି ଟାଣୁଆ ନେତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।ଖୁବ୍ ଶୀଘ୍ର ବିଜେପିରେ ସାମିଲ ହେବେ କହିଲେ ଅଭିଜିତ ଦାସ।ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ନେତା ଅନନ୍ତ ଦାସ।
ଗତକାଲି ଅଭିଜିତ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର କିଛି ଟାଣୁଆ ନେତାଙ୍କୁ ଭେଟିଥିଲେ ଅଭିଜିତ। ଖୁବ୍ ଶୀଘ୍ର ସେ ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ନେତା ଅନନ୍ତ ଦାସଙ୍କ ପରିବାର ବିଜେପିରେ ମିଶିବେ ବୋଲି ପୁଅ ଅଭିଜିତ ଦାସ ସ୍ପଷ୍ଟ କରିଛନ୍ତି ।
ବିଜେପିରେ ସାମିଲ ହେବା ନେଇ ନିର୍ବାଚନ ସମୟରେ ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି । ପ୍ରାୟ ଦୁଇ ବର୍ଷ ହେଲା ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି । ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ । ତେବେ ଏହି ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।