ମୋଜତାବା ଖାମନେଇ ଇରାନର ସୁପ୍ରିମ ଲିଡର

0

ଓଡ଼ିଆ ନ୍ୟୁଜ୍: ଇରାନର ନୂତନ ସର୍ବୋଚ୍ଚ ନେତା ମିଳିଛି। ଇରାନର ଆସେମ୍ବଲି ଅଫ ଏକ୍ସପର୍ଟ ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ନୂଆ ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଥିଲେ। ସେବେଠାରୁ ଏହି ପଦବୀ ପାଇଁ ପ୍ରୟାସ ଜାରି ରହିଛି। ହେଲେ ଏପରି ରିପୋର୍ଟ ଅଛି ଯେ ମୋଜତାବାଙ୍କୁ ନୂଆ ନେତା ଭାବରେ ମନୋନୀତ କରିବାର ନିଷ୍ପତ୍ତି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ (IRGC)ଅର ଚାପରେ ନିଆଯାଇଥିଲା।

ଫେବୃଆରୀ ୨୮ ତାରିଖରେ, ଆମେରିକା ଏବଂ ଇସ୍ରାଏଲ ଏକକାଳୀନ ଇରାନ ଉପରେ ଆକ୍ରମଣ କରିଥିଲେ। ସେହି ରାତିରେ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ମୃତ୍ୟୁ ହୋଇଥିଲା। ଇରାନ ଆକ୍ରମଣ କରି ପ୍ରତିଶୋଧ ନେଇ ସାତଟି ଉପସାଗରୀୟ ଦେଶରେ ଥିବା ଆମେରିକୀୟ ଘାଟିକୁ ଟାର୍ଗେଟ କରିଥିଲା। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ଅଶାନ୍ତିର ଲହରୀ ସୃଷ୍ଟି କରିଥିଲା।

Leave A Reply

Your email address will not be published.