ଓଡ଼ିଆ ନ୍ୟୁଜ୍: ଶ୍ରୀଲଙ୍କା ଉପକୂଳ ନିକଟରେ ବୁଡ଼ିଲା ଇରାନୀୟ ଜାହାଜ; ୮୦ ମୃତ। ସବମରିନ୍ ଜରିଆରେ ଆକ୍ରମଣ କରି ବୁଡ଼ାଇଦେଲା ଆମେରିକା। ଆକ୍ରମଣ କରିଥିବା ସ୍ବୀକାର କଲା ଆମେରିକା।ସବ୍ ମେରିନ୍ ମାଡ଼ରେ ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା ‘। ୧୦୦ରୁ ଅଧିକ ସୈନିକ ନିଖୋଜ । ଶ୍ରୀଲଙ୍କା ଉପକୂଳରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । ତେବେ କିଏ ଇରାନର ଶକ୍ତିଶାଳୀ ଜାହାଜ ଉପରେ ଆକ୍ରମଣ କଲା? ତାହା ସ୍ପଷ୍ଟ ହୋଇ ନାହିଁ ।
ବୁଧବାର ସକାଳେ ଭାରତ ମହାସାଗରରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ ଘଟିଥିଲା । ଇରାନ ନୌସେନାର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଇରିସ୍ ଦେନା’ ଉପରେ ଏକ ସବ୍ ମେରିନ୍ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି । ଏହି ଘଟଣା ଶ୍ରୀଲଙ୍କାର ଗାଲେ ବନ୍ଦରଠାରୁ ପ୍ରାୟ ୭୪ କିଲୋମିଟର ଦୂରରେ ଘଟିଛି ।ଏହି ଆକ୍ରମଣରେ ଜାହାଜରେ ଥିବା ପ୍ରାୟ ୧୮୦ ଜଣ ନୌସୈନିକଙ୍କ ମଧ୍ୟରୁ ୧୦୧ ଜଣ ନିଖୋଜ ଅଛନ୍ତି । ୭୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଜାହାଜଟି ବହୁତ ଶୀଘ୍ର ସମୁଦ୍ରରେ ବୁଡ଼ି ଯାଇଥିଲା