ଯୁଦ୍ଧ ପ୍ରଭାବ, ଖସିଲା ସେୟାର୍ ବଜାର

0

ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ପ୍ରଭାବ: କାରବାର ଆରମ୍ଭରୁ ଖସିଲା ସେୟାର୍ ବଜାର।୧.୭୫୮.୨୨ ପଏଣ୍ଟ ହ୍ରାସ ପାଇ ୭୮,୪୮୦.୬୩ରେ ପହଞ୍ଚିଲା।ନିଫ୍ଟି ୫୩୦.୮୫ ପଏଣ୍ଟ ହ୍ରାସ ପାଇ ୨୪,୩୩୪.୮୫ରେ ପହଞ୍ଚିଲା। ଡଲାର୍ ତୁଳନାରେ ଟଙ୍କା ୬୬ ପଇସା ହ୍ରାସ ପାଇ ୯୨.୧୫ ହେଲା।

ଆଜି ସେନସେକ୍ସ ୧୭୦୦ ଅଙ୍କ ଖସି ୭୮୬୦୦ରେ ଟ୍ରେଡ୍ କରୁଛି । ନିଫ୍ଟି ମଧ୍ୟ ୫୦୦ ଅଙ୍କ ଖସି ୨୪୩୫୦ରେ ଟ୍ରେଡ୍ କରୁଛି । ଅନ୍ୟ ଦିଗରେ ବ୍ୟାଙ୍କ୍ ନିଫ୍ଟି ମଧ୍ୟ ୧୦୦୦ ଅଙ୍କ ତଳକୁ ଖସିଛି।ବିଏସଇର ଟପ୍ ୩୦ ସେୟାର ଉପରେ ନଜର ପକାଇଲେ ଟେକ୍ କମ୍ପାନୀକୁ ଛାଡି ଅନ୍ୟ ସବୁ କ୍ଷତିରେ କାରବାର କରୁଛନ୍ତି । ଏଲ ଆଣ୍ଡ୍ ଟି ସେୟାର ସବୁଠୁ ଅଧିକ ୬ ପ୍ରତିଶତ ତଳକୁ ଖସିଛି । ମହିନ୍ଦ୍ରା ଏବଂ ଇଣ୍ଡିଗୋ ସେୟାର ଦାମ୍ କମିଛି ।ମାର୍କେଟ୍ କ୍ରାଶ୍ କରିବା କାରଣରୁ ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସୋମବାର ମାର୍କେଟ୍ କ୍ୟାପ୍ ୪୫୬ ଲକ୍ଷ କୋଟି ଟଙ୍କା ଥିଲା । ଏହା ବୁଧବାର ୪୪୭ ଲକ୍ଷ କୋଟିକୁ ଆସିଯାଇଛି । ଅର୍ଥାତ ଆଜି ନିବେଶକଙ୍କ ନିବେଶ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

Leave A Reply

Your email address will not be published.