ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ।ବିଜେପିର ଦ୍ବିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର।ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ବରିଷ୍ଠ ନେତା ଦିଲ୍ଲୀପ ରାୟ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ।
ରାଜ୍ୟରେ ଏବେ ରାଜ୍ୟସଭା ନିର୍ବାଚନର ମାହୋଲ । ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଥିଲା ଶେଷ ଦିନ । ଏହି କ୍ରମରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ସବୁ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ଗୁରୁବାର ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଦୁଇ ନେତା ପ୍ରଥମେ ଭୁବନେଶ୍ୱର ସ୍ଥିତ ରାମମନ୍ଦିର ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଲୋଡିଥିଲେ । ଏହାପରେ ବିରାଟ ପଟୁଆରାରେ ଉଭୟ ନେତା ଯାଇ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ।