ନାମାଙ୍କନ ପ୍ରତ୍ୟାହାର ସମୟସୀମା ଶେଷ

0

ଓଡ଼ିଆ ନ୍ୟୁଜ୍: ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା। କେହି ପ୍ରତ୍ୟାହାର କଲେନି, ନିର୍ବାଚନ ମଇଦାନରେ ରହିଲେ ୫ ପ୍ରାର୍ଥୀ।ଆସନ୍ତା ୧୬ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ।

ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ଚତୁର୍ଥ ଆସନ ପାଇଁ ଭୋଟ୍ ସଂଗ୍ରହ କରିବାରେ ଲାଗିଛନ୍ତି ସ୍ବାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ଡାକ୍ତର ଦତ୍ତେଶ୍ବର ହୋତା । ନିଜ ସପକ୍ଷକୁ ଆଣିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ବିଜେପି ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । କେମିତି ଦିଲ୍ଲୀପ ରାୟ ଅଧିକ ଭୋଟରେ ଜିତିବେ ସେନେଇ ରାଜ୍ୟ କାର୍ଯ୍ୟାଳୟରେ ଘନ ଘନ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛି ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ଚନ୍ଦ୍ରଶେଖର ବାବନକୁଲେଙ୍କୁ ପର୍ଯବେକ୍ଷକ ନିୟୁକ୍ତ କରିଛି ଦଳ । ଖୁବ୍‌ଶୀଘ୍ର ଓଡ଼ିଶା ଆସି ବିଧାୟକ ମାନଙ୍କ ସହ ବୈଠକ କରିବେ ।

Leave A Reply

Your email address will not be published.