ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ: ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ୍: ଇରାନ ସହ ଯୁଦ୍ଧକୁ ନେଇ ଆମେରିକୀୟ ରାଷ୍ଟ୍ରପତିଙ୍କ ବଡ ବୟାନ।ଇରାନ ସହ ଯୁଦ୍ଧ ଯେ କୌଣସି ସମୟରେ ଶେଷ ହୋଇପାରେ: ଟ୍ରମ୍ପ।‘ଇରାନରେ ଟାର୍ଗେଟ କରିବା ପାଇଁ ଆଉ କିଛି ବାକି ନାହିଁ।ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାରେ ଟ୍ରମ୍ପ କହିଛନ୍ତି ଯେ ଏହା ଛୋଟଛୋଟ କଥା..ମୁଁ ଯେତେବେଳେ ବି ଚାହିଁବି ଏହା ସମାପ୍ତ ହୋଇଯିବ।

ଯଦିଓ ଟ୍ରମ୍ପ ସଂକେତ ଦେଇଛନ୍ତି ଯେ ଇରାନରେ ତାଙ୍କ ଅଭିଯାନର ଉଦ୍ଦେଶ୍ୟ ଅନେକାଂଶରେ ହାସଲ ହୋଇଯାଇଛି, ହେଲେ ମଧ୍ୟପ୍ରାଚ୍ୟରେ ଆକ୍ରମଣ ଏ ପର୍ଯ୍ୟନ୍ତ ଅଟକି ନାହିଁ। ଏହା ପୂର୍ବଦିନ ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଥିଲେ ଯେ ଆମେରିକା ସହିତ ମିଳିତ ଅଭିଯାନ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ ସେ ପର୍ଯ୍ୟନ୍ତ ଚାଲିବ। ସେ କହିଛନ୍ତି ଯେ ଏହି ଅଭିଯାନ ବିନା କୌଣସି ସମୟ ସୀମାରେ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ ପଡିବ ସେ ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ପର୍ଯ୍ୟନ୍ତ ଆମେ ସବୁ ଉଦ୍ଦେଶ୍ୟ ପ୍ରାପ୍ତ କରି ନ ନେଇଛେ ଓ ଅଭିଯାନର ପରିଣାମ ନିଷ୍ପତ୍ତି ନ କରିଛେ ସେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ।

Leave A Reply

Your email address will not be published.