ଛତିଶଗଡ଼ର ଅନଧିକାର ପ୍ରବେଶ କରୁଛି : ପ୍ରସନ୍ନ ଆଚାର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ର ଅନଧିକାର ପ୍ରବେଶ ନେଇ ଗୃହରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉଦ୍‌ବେଗ। ଆନ୍ଧ୍ର ଭଳି ଛତିଶଗଡ଼ ସରକାର ବି ଅନଧିକାର ପ୍ରବେଶ କରୁଛି।ଝାରସୁଗୁଡ଼ା ଲଖନପୁରରେ ଅନଧିକାର ପ୍ରବେଶ କରୁଛି ଛତିଶଗଡ଼। ଅନଧିକାର ପ୍ରବେଶ କରି ଚାଷୀଙ୍କ ଗାଡ଼ିକୁ ଅଟକାଇ ଚେକିଂ କରୁଛି।ଝାରସୁଗୁଡ଼ା ପ୍ରଶାସନ ସଂପୂର୍ଣ୍ଣ ନୀରବ, ଏହାକୁ ରୋକିବାକୁ ଉଦ୍ୟମ କରନ୍ତୁ।ଝାରସୁଗୁଡ଼ା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଅନ୍ତୁ- ପ୍ରସନ୍ନ।

ଛତିଶଗଡ ସୀମାର ୩ କିଲୋମିଟର ପରିଧି ଝାରସୁଗୁଡ଼ା ଲଖନପୁର ହୋଇଥିଲେ ବି ଛତିଶଗଡ ସରକାର ଅନଧିକାର ପ୍ରବେଶ କରି ଚେକିଂ କରୁଛି ।ଚାଷୀଙ୍କ ଗାଡ଼ିକୁ ଅଟକାଇ ଚେକିଙ୍ଗ କରୁଛି । କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ନୀରବ ରହିଛି । ଛତିଶଗଡର ଏଭଳି ଅନଧିକାର ପ୍ରବେଶକୁ ରୋକିବାକୁ ଉଦ୍ୟମ କରନ୍ତୁ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ପଡ଼ୋଶୀ ରାଜ୍ୟ ଏଭଳି ଚାରି ଆଡୁ ଆକ୍ରମଣ ଜାରି ରଖିଲେ ଏହା ଓଡ଼ିଶା ପାଇଁ ଘାତକ ।

Leave A Reply

Your email address will not be published.