ଅପରାଧର କେନ୍ଦ୍ର ପାଲଟିଛି ରାଜଧାନୀ ଭୁବନେଶ୍ଵର; ରାଜଧାନୀରୁ କୋକେନ୍‌ ମିଳିବା ଘଟଣା, ମୋବାଇଲ ଖୋଲିବା କୋକେନ୍‌ ସିକ୍ରେଟ

0

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ରାଜଧାନୀରୁ କୋକେନ୍‌ ମିଳିବା ଘଟଣାରେ ଅଭିଯୁକ୍ତ ସନି କୁମାର ଓ ରବି ସିଂକୁ ୪ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସ୍‌ଟିଏଫ୍‌।ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ କୋର୍ଟରେ ଆବେଦନ କରିଥିଲା।ରବିର ମୋବାଇଲ ହିଁ ଖୋଲିବ କୋକେନ୍‌ର ସିକ୍ରେଟର ଗୁମର। ରବି ଏକାଧିକ ମୋବାଇଲ୍‌ରେ ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ଆପ୍‌ ଜରିଆରେ ଲୋକଙ୍କୁ କଲ୍‌ କରୁଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି । ଅଭିଯୁକ୍ତର ରାଜ୍ୟ ବାହାରର ଲିଙ୍କ ଥିବା ଜାଣିବାକୁ ମଧ୍ୟ ପାଇଛି ଏସ୍‌ଟିଏଫ୍‌।ବିଶେଷକରି, ଦିଲ୍ଲୀର ତୁର୍କମାନ ଓ ସାଉଥ ଆଫ୍ରିକା ଲିଙ୍କ ବାବଦରେ ସୁରାକ ପାଇଛି ଏସଟିଏଫ୍।କୋକେନ୍ର କ୍ଵାଲିଟି ଟେଷ୍ଟ ପାଇଁ ଏସଟିଏଫ୍ ନମୁନା ପଠାଇଛି। ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ମୂଳ ଲକ୍ଷ୍ୟ। ଦୁଇ ଅଭିଯୁକ୍ତଙ୍କ ପାଖରୁ ସାଉଥ ଆଫ୍ରିକାର ମୁଦ୍ରା ମିଳିଥିବାରୁ ସାଉଥ ଆଫ୍ରିକା ଲିଙ୍କ ଥିବା ଏସଟିଏଫ୍ ସନ୍ଦେହ କରୁଛି। ଏସଟିଏଫ୍ ଜାଣିବାକୁ ପାଇଛି ଯେ, ତୁର୍କମାନ ଗେଟରୁ ଅପରେସନ ଆରମ୍ଭ ହୋଇଥିଲା ଏବଂ ଏହି ଅପରେସନ କରୁଥିଲା ମାଷ୍ଟର ମାଇଣ୍ଡ। ଏକ ସପ୍ତାହ ପୂର୍ବରୁ ଜାଭିୟର ଛକରୁ ୨୦୨ଗ୍ରାମ୍‌ କୋକେନ୍‌ ଜବତ କରିଥିଲା ଏସ୍‌ଟିଏଫ୍‌। ଓଡିଶାରୁ କୋକେନ୍‌ ଜବତ ହେବା ଏହା ପ୍ରଥମ ଘଟଣା। ରିମାଣ୍ଡରେ ଥିବା ଦୁଇ ଜଣଙ୍କୁ କୋକେନ୍‌ର ଚେନ୍‌ ଓ ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ସହଯୋଗୀଙ୍କ ସଂପର୍କରେ ପଚରାଉଚରା କରୁଛି ଟିମ୍।

Leave A Reply

Your email address will not be published.