ଓଡ଼ିଆ ନ୍ୟୁଜ୍: ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ।ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ। ଇରାନର ସବୁ ସାମରିକ ସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ଦାବି କଲେ ରାଷ୍ଟ୍ରପତି ଟ୍ରମ୍ପ।ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଦ୍ବାରା ଭୟଙ୍କର ଆକ୍ରମଣ ହୋଇଛି। ଇରାନର ତୈଳ ହବ୍ ଭାବେ ଜଣାଶୁଣା ଖାର୍ଗ ଦ୍ୱୀପ ଧ୍ୱଂସ।ଖାର୍ଗ ଦ୍ବୀପ ମାଧ୍ୟମରେ ପ୍ରାୟ ୯୫% ତୈଳ ରପ୍ତାନି ହୋଇଥାଏ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି। ଏହି ଆକ୍ରମଣରେ ସେଠାରେ ଥିବା ସମସ୍ତ ସାମରିକ ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ସମୁଦ୍ର ପଥରେ ବାଧା ଦେଲେ ପରିଣାମ ଭୟଙ୍କର: ଟ୍ରମ୍ପ କହିଛନ୍ତି ଯଦି ଇରାନ କିମ୍ବା ଅନ୍ୟ କେହି ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଦେଇ ଯାଉଥିବା ଜାହାଜଗୁଡ଼ିକୁ ଅଟକାନ୍ତି, ତେବେ ଆମେରିକା ପୁଣି ଥରେ କଠୋର ପଦକ୍ଷେପ ନେବ।
ପରମାଣୁ ଅସ୍ତ୍ର ନିଷେଧ: ଇରାନ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବ ନାହିଁ କିମ୍ବା ସେ ବିଶ୍ୱ ପାଇଁ ବିପଦ ସାଜିପାରିବ ନାହିଁ।