ଓଡ଼ିଆ ନ୍ୟୁଜ୍: ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ।‘ବିଧାୟିକା ଉପାସନା ଭୋଟଦାନରେ ତ୍ରୁଟି କରିଛନ୍ତି’।‘ଯେଉଁ ଅଧିକାରୀ ସେଠାରେ ଥିଲେ ନିୟମ ଉଲ୍ଲଙ୍ଘନ କରିଛନ୍ତି’। ବେଆଇନ ଭାବେ ତାଙ୍କୁ ଦ୍ବିତୀୟ ବାଲଟ୍ ଦେଇଛନ୍ତି। ‘ବେଆଇନ ଭାବେ ତାଙ୍କ ଭୋଟ୍କୁ ଗ୍ରହଣ କରିଛନ୍ତି’। ‘ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧ’।ନିର୍ବାଚନ ଆଇନର ଉଲ୍ଲଙ୍ଘନ କରାଯାଇଛି: ନବୀନ।
ଏହା ଗଣତନ୍ତ୍ର ବିରୋଧୀ ଓ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ନେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ଏଭଳି ଭାବେ ଜଣଙ୍କୁ ଦୁଇ ଦୁଇଟି ବାଲାଟ ଦିଆଯିବ ତେବେ ପୋଲିଂ ଅଧିକାରୀ ବାଲାଟ କେଉଁଠୁ ଆଣିବେ । ଏହା ଉପରେ ତଦନ୍ତ ଦାବି କରିଛନ୍ତି ନବୀନ । କେବଳ ନବୀନ ପଟ୍ଟନାୟକ ନୁହେଁ ବିଜେଡିି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ନିର୍ବାଚନ କମିସନଙ୍କୁ ବିଜେପି ପ୍ରଭାବିତ କରି ବେଆଇନ କାମ କରାଉଛନ୍ତି । ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି ।
ସେହିଭଳି ଉପାସନା ମହାପାତ୍ରଙ୍କ ଭୋଟ୍ କାହିଁକି ଗ୍ରହଣ କରାଗଲା । ସେଥିପାଇଁ ପୁନଃ ନିର୍ବାଚନ ଦାବି କରିବା ସହ ନିର୍ବାଚନକୁ ଅବୈଧ କରିବାକୁ ଗଣେଶ୍ୱରଙ୍କ ଦାବି । ସେ କହିଛନ୍ତି ଉପାସନା ମହାପାତ୍ରଙ୍କୁ ଭୋଟିଂ ପାଇଁ ବାଲାଟ୍ ପେପର୍ ଦିଆଯାଇଥିଲା କିନ୍ତୁ ସେ ପୁଣି ଥରେ ଦ୍ୱିତୀୟ ବାଲାଟ୍ ପେପର୍ ମାଗିଲେ ଏବଂ ତାଙ୍କୁ ଦିଆଗଲା ମଧ୍ୟ । ଯାହା ଆଦୈ ଯଥାର୍ଥ ନୁହେଁ , ଆଇନଗତ ଏହା ଅନୁମୋଦିତ ନୁହେଁ । ଆମ ଏଜେଣ୍ଟ ଏ ବାବଦରେ ନିର୍ବାଚନ କମିସନରଙ୍କୁ ଲିଖିତ ଭାବରେ ଅବଗତ କରୁଛନ୍ତି । ଆମେ ଚାହୁଛୁ ଆମ ଆବେଦନର ଶୁଣାଣି ହୋଇ କାର୍ଯ୍ୟାନୁଷ୍ଠାନ ହେଉ । କାରଣ , ନିର୍ବାଚନ ଆଇନର ଉଲ୍ଲଂଘନ ହୋଇଛି ।