SCB ନିଆଁ: ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: SCB ଅଗ୍ନିକାଣ୍ଡ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ।କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତଦନ୍ତ କରିବ ଟିମ୍। ଟିମ୍‌ରେ ଅଗ୍ନିଶମ ଆଇଜି, EIC, ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ EIC।ଚିଫ୍ ଇଞ୍ଜିନିୟର ବିଲ୍ଡିଂ, ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ସାମିଲ୍।କମିଟି SCB ପରିଦର୍ଶନ କରି ସଂଧ୍ୟା ସୁଦ୍ଧା ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବ।

ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏହାର ସଦସ୍ୟ ମାନେ ହେଲେ ଅଗ୍ନିଶମ ବିଭାଗର ଆଇଜି ଡଃ ଉମାଶଙ୍କର ଦାଶ, ଚିଫ୍ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ତଥା ଇଆଇସି ବରଦା ପ୍ରସନ୍ନ ଦାଶ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି ବିରଞ୍ଚି ନାରାୟଣ ପ୍ରଧାନ, ଚିଫ ଇଞ୍ଜିନିୟର ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ସନ୍ତୋଷ କୁମାର ମିଶ୍ର । ଏହି କମିଟି ଏସ୍‌ସିବ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ସୋମବାର ସନ୍ଧ୍ୟା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ରବିବାର ବିଳମ୍ବିତ ରାତିରେ କଟକ ଏସ୍‌ସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଏତେ ବଡ଼ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ମୃତାହତଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏପରିକି ମୃତାହତଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.