ଓଡ଼ିଆ ନ୍ୟୁଜ୍: ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB।ନନ୍ ଟ୍ରମା କେୟାରରେ ସର୍ଟସର୍କିଟ୍ରୁ ଜଳିଗଲା ଇଲେକ୍ଟ୍ରି ବୋର୍ଡ।ଅଘଟଣ ପୂର୍ବରୁ ଆୟତ କଲେ ଅଗ୍ନିଶମ କର୍ମଚାରୀ।ନନ୍ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।
ଏସ୍ସିବି ପିଛା ଛାଡ଼ୁନି ଅଘଟଣ । କଟକ ବଡ଼ ମେଡିକାଲ ଟ୍ରମା କେୟାର ଆଇସିୟୁ ନିଆଁ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏସ୍ସିବିରେ ଧୂଆଁ ଦେଖିବାକୁ ମିଳିଛି । ଏସ୍ସିବି ନନ୍ ଟ୍ରମା କାଜୁଆଲିଟିରେ ସର୍ଟ ସର୍କିଟ୍ ହୋଇଛି । ଇଲେକ୍ଟ୍ରି ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିବା ସୂଚନା ମିଳିଛି । ଧୂଆଁ ବାହାରିବା କାରଣରୁ ସ୍ମୋକ୍ ଡିଟେକ୍ଟର ଆକ୍ଟିଭ ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ନନ୍ ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ।