ଓଡ଼ିଆ ନ୍ୟୁଜ୍: ଏବେବି ପାଣ୍ଡିଆନଙ୍କ କବ୍ଜାରେ ବିଜେଡି କହି ବର୍ଷିଲେ ଦେବୀ ରଂଜନ ତ୍ରିପାଠୀ। ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ପଚାରିଲେ। ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କଲେ। ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି। ଏନେଇ ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ। ତେଣୁ ଆଜି ନବୀନ ବାବୁ ଚାପରେ ଆସି ଏହା କହିଥାଇ ପାରନ୍ତି। ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ। ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ।
ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି bjdରେ ଜଡିତ ଅଛି । ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାଓ ନୋଟିସ ପାଇଁ ଜବାବ ରଖିବି । ଅପେକ୍ଷା କର କଣ ହେଉଛି ଦେଖିବ । ଆଇନ ଅନୁଯାୟୀ ଜବାବ ରଖିବି ବୋଲି ସେ ରୋକ୍ଠୋକ୍ ଶୁଣାଇଛନ୍ତି । ସେ ଓଲଟା ପ୍ରଶ୍ନ କରିଛନ୍ତି, ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା । ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ମୁଖିଆଙ୍କୁ ଟାର୍ଗେଟ୍ କରିଛନ୍ତି ଦେବୀ ।