ଓଡ଼ିଆ ନ୍ୟୁଜ୍: ଯାଜପୁର କୋରେଇ BEO ଅଫିସରୁ ୫.୫୬ କୋଟି ଠକେଇ ମାମଲା। ଫେରାର ଅଭିଯୁକ୍ତ ବାପା-ମା’ଙ୍କୁ ଗିରଫ କଲା ଭିଜିଲାନ୍ସ। ଭଦ୍ରକ ଚରମ୍ପାରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ପୁଅ ମାତୃପ୍ରସାଦ ମହାନ୍ତି ଗିରଫ ହୋଇଥିଲା। ଘରୋଇ ବ୍ୟାଙ୍କ୍ ଭଦ୍ରକ ଶାଖା ମୁଖ୍ୟ ଥିଲେ ମାତୃପ୍ରସାଦ ମହାନ୍ତି।
ସୂଚନା ଥାଉକି, ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିଲା ବଡ଼ଧରଣର ଆର୍ଥିକ ଅନିୟମିତତା । ଆଉ ଏହି ଘଟଣାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ମାତୃପ୍ରସାଦ ଆର୍ଥିକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ । ୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।