ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର।୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ। କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ। ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ।ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି, ରାଜ୍ୟବାସୀ କେବେ କ୍ଷମା ଦେବେନି।ଆଗକୁ ଏମାନେ ଖତ ହୋଇଯିବେ କହିଲେ ସୁବାସ ସିଂ।୨ ବର୍ଷ ତଳୁ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ, ଏବେ ସାମ୍ନାକୁ ଆସିଲା’। ଦମ୍ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ- ସୁବାସ।କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି।
୨୦୨୪ ସାଧାରଣ ନିର୍ବାଚନ ପରେ ଚାଲିଥିଲା ଜୋରଦାର ଷଡ଼ଯନ୍ତ୍ର । ଯାହାର ଆଭାସ ପାଇଯାଇଥିଲେ ଦଳ ସୁପ୍ରିମୋ । ସେଥିପାଇଁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରାଯାଇଥିଲା । ଆଉ ଏବେ ରାଜ୍ୟସଭା ନିର୍ବାଚନ ପରେ ବିଧାୟକ କ୍ରସ ଭୋଟିଂ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାମ ପାଇଁ ଆକ୍ସନ ନେଇଛନ୍ତି ସୁପ୍ରିମୋ। କଟକର ଦୁଇ ବିଧାୟକ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏହି ଦୁଇ ବିଧାୟକ ନିଶ୍ଚିତ ଭାବେ ଦଳରୁ ବହିଷ୍କୃତ ହେବେ । ଏନେଇ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଘୋଡ଼ା ବେପାର କଥା ଲୁଚାଇବାକୁ ନିଲମ୍ବିତ ବିଧାୟକ ବିଭିନ୍ନ ବାହାନା ନେଉଛନ୍ତି । ବିଜେଡିକୁ ଦୁର୍ବଳ କରିବାକୁ ଦେବୀ ତ୍ରିପାଠୀ ବହୁ ପୂର୍ବରୁ ଷଡ଼ଯନ୍ତ୍ରରେ ସାମିଲ ଥିଲେ । ବିଜେଡି ନିଲମ୍ବିତ ସବୁ ବିଧାୟକ ଖତ ହୋଇଯିବେ ।