ଓଡ଼ିଆ ନ୍ୟୁଜ୍: ପାହାଡ଼ ଉପରେ କଲରାପତରିଆ ବସିଥିବା ଭିଡିଓ ଭାଇରାଲ୍।ସୁନାଖଳା ପାହାଡ଼ରେ ବାଘ ବସିଥିବା ଲଙ୍କା ଗ୍ରାମବାସୀଙ୍କ ଅଭିଯୋଗ।ଗାଁରେ ପହଞ୍ଚି ସାମନ୍ତିଆପଲ୍ଲୀ ସେକ୍ସନ ବନବିଭାଗ ଟିମ୍ର ତଦନ୍ତ। ବନବିଭାଗକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି । ବନ ବିଭାଗ ପକ୍ଷରୁ ଲଙ୍କା ଗ୍ରାମ ସହିତ ଆଖପାଖ ଗାଁରେ ଲୋକଙ୍କୁ ସଚେତନ କରାଯାଇଛି । ତେବେ ତାହା ବାଘ ନା ଆଉ କେଉଁ ପଶୁ ତାହା ସ୍ପଷ୍ଟ ହୋଇ ପାରିନାହିଁ ।
ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ । କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି । ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିବା ସହ ତଦନ୍ତ ଜାରି ରହିଛି । ଏହା ଏକ କଲରାପତିଆ ବାଘର ପାଦଚିହ୍ନ ବୋଲି ଅନୁମାନ କରାଯାଉଛି । ଖୁବଶୀଘ୍ର ଅଞ୍ଚଳରେ କ୍ୟାମେରା ଲଗାଯିବା ସହ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ।