ଓଡ଼ିଆ ନ୍ୟୁଜ୍: ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା।୫ ଦିନ ପାଇଁ ସମସ୍ତ ପ୍ରକାର ଆକ୍ରମଣ ସ୍ଥଗିତ ଘୋଷଣା କଲେ ଟ୍ରମ୍ପ। ପାୱାର ପ୍ଲାଣ୍ଟ ଓ ଏନର୍ଜୀ ଭିତ୍ତିଭୂମି ଉପରେ ମଧ୍ୟ ଆକ୍ରମଣ ସ୍ଥଗିତ।ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା କହିଲେ ଟ୍ରମ୍ପ। ଇରାନ୍ ସହ ଫଳପ୍ରଦ ଆଲୋଚନା, ପରବର୍ତ୍ତୀ ଆଲୋଚନାକୁ ଅପେକ୍ଷା।
ସୂଚନା ଅନୁସାରେ, ନିକଟରେ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଥିଲେ ଯଦି ‘୪୮ ଘଣ୍ଟା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନଖୋଲିବ, ତା’ହେଲେ ଆମେରିକା ତା’ର ଶକ୍ତିର ବ୍ୟବହାର କରି ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବ। ହେଲେ ୪୮ ଘଣ୍ଟା ପୂରା ହେବା ପୂର୍ବରୁ ଟ୍ରମ୍ପ ସେହ ଅଲ୍ଟିମେଟମ ଉପରେ ବ୍ରେକ ଲଗାଇଛନ୍ତି। ଆଉ ପାଞ୍ଚ ଦିନ ପାଇଁ ଯୁଦ୍ଧ ସ୍ଥଗିତ ରଖିଛନ୍ତି। ଟ୍ରମ୍ପ କହିଛନ୍ତି ସେ ବର୍ତ୍ତମାନ ପାଞ୍ଚ ଦିନ ପାଇଁ ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ଅର୍ଥାତ ଆମେରିକା, ବର୍ତ୍ତମାନ ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଜନାକୁ ୫ ଦିନ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।