ଓଡ଼ିଆ ନ୍ୟୁଜ୍: ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ; ୫ ମୃତ, ୪୦ରୁ ଊର୍ଦ୍ଧ୍ବ ଆହତ।ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବଡ଼ ପଥର ସହ ପିଟି ହେଲା ଟୁରିଷ୍ଟ ବସ୍। ଯାତ୍ରୀମାନେ ଛିଟିକି ପଡ଼ିବା ସହ ବସ୍ ତଳେ ଚାପି ହୋଇ ରହିଥିଲେ।ଡ୍ରାଇଭରଙ୍କ ସମେତ ୫ ମୃତ, ମୃତକଙ୍କ ମଧ୍ୟରେ ୩ ମହିଳା। ବ୍ରହ୍ମପୁରରୁ ବଲାଙ୍ଗିର ହରିଶଙ୍କର ବୁଲି ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା।
ଖବର ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ପାଖାପାଖି ୪୦ରୁ ଅଧିକ ଲୋକେ ଅନିଲ ନାମକ ଏକ ବସ୍ରେ ବଲଙ୍ଗୀର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ଟୁରିଷ୍ଟ ବସ୍ଟି ଭାରସାମ୍ୟ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଏହାପରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।
ତେବେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଏହି ଭୟଙ୍କର ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।