ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ଆଜାଦନଗର ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଏୟାରଫିଲ୍ଡ ଥାନାରେ ପହଞ୍ଚିଲା NIA ଟିମ୍ । ବିସ୍ଫୋରଣ ଘଟଣାରେ ଅପରାଧିକ ଓ ଆତଙ୍କୀ ଲିଙ୍କ୍କୁ ନେଇ ତନାଘନା କରୁଛି NIA । ବୋମାରେ ବ୍ୟବହୃତ ଉନ୍ନତମାନର ଗନ୍ ପାଉଡର କେଉଁଠୁ ଆସିଲା ତାର ମଧ୍ୟ ଛାନଭିନ୍ କରୁଛି ଟିମ୍ । ଘଟଣାସ୍ଥଳରୁ ମିଳିଥିବା ବୋମା ସାମଗ୍ରୀକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଏବେ ତଦନ୍ତକୁ ଜୋରଦାର କରିଛି NIA ।
ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଏବଂ ତା ମାଆଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁ କରି ପୂର୍ଣ୍ଣ ତଦନ୍ତ ଭାର ନେଇଛି NIA ଟିମ୍ । ଆନ୍ତଃରାଜ୍ୟ ଲିଙ୍କ୍, ପୂର୍ବ ଅପରାଧିକ ମାମଲା ସମ୍ପର୍କରେ ଖୋଳତାଡ଼ ହେବ । ଏତେ ପରିମାଣ RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ତାର ମଧ୍ୟ ଛାନଭିନ୍ କରିବ NIA ।