ଓଡ଼ିଆ ନ୍ୟୁଜ୍: ମହାବିଷୁବ ସଂକ୍ରାନ୍ତିରେ ଘଟିଯାଇଛି ଅଘଟଣ। ପୂଜା କରିବା ପାଇଁ ଗଛରେ ଚଢ଼ିଥିଲେ। ଗଛରୁ ପଡ଼ି ଯୁବକ ମୃତ। ଏମିତି ଘଟଣା ଘଟିଛି ମାଲକାନଗିରିରେ । ପୂଜା ପାଲଟିଛି ଅଭିଶାପ । ପୂଜା କରିବେ କଣ ଖେଳିଗଲା ଶୋକର ଛାୟା । ଖଜୁରି ଗଛରେ ଚଢି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସି ପଡି ଯୁବକଙ୍କ ହୋଇଛି ମୃତ୍ୟୁ ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗ୍ରାମରେ ବଙ୍ଗୀୟ ସମ୍ପ୍ରଦାୟ ଲୋକଙ୍କ ପକ୍ଷରୁ ଗାଁରେ ଚଡକ ପୂଜା ଚାଲିଥିଲା । ତେବେ ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରି ଗଛରେ ଚଢି ଏମପିଭି ୩୬ ଗ୍ରାମର ଜଗଦୀଶ ସାନା ଖଜୁରୀ କୋଳି ତୋଳୁଥିବା ବେଳେ ଅସାବଧାନତା ଯୋଗୁଁ ଗଛରୁ ଖସି ପଡ଼ିଥିଲେ । ଗାଁ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।