ଓଡ଼ିଆ ନ୍ୟୁଜ୍: ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ।ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ।ବିହାରରେ ପ୍ରଥମ ଥର ପାଇଁ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ।ତାଙ୍କ ନାଁ ଉପରେ ବାଜିଛି ମୋହର। ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ ସମ୍ରାଟଙ୍କୁ ଗୃହର ନେତା ଭାବେ ଚୟନ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଲୋକଭବନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ। ଅନ୍ୟପଟେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ବିଜେପି ବିଧାୟକ ଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ପୁନର୍ବାର ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଅନ୍ୟ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ତାଙ୍କ ନାଁରେ ପ୍ରସ୍ତାବ ରଖିଥିଲେ। ଏହା ସହିତ ପ୍ରଥମ ଥର ବିହାରରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ନୀତିଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ଏବେ ବିହାରରେ ଏନଡିଏ ସରକାର ମଙ୍ଗ ସମ୍ଭାଳିବେ। ତାଙ୍କ ନାଁରେ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଲାଗି ରହିଥିଲା।